Dhire Dhire||ଧିରେ ଧିରେ || Human Sagar||Lyrics Song

  Dhire Dhire||ଧିରେ ଧିରେ || Human Sagar||Lyrics Song

 ( LYRICS SONG )

             ଏହି ଜଗତରେ... 

ଧିରେଧିରେ ଧିରେଧିରେ ପାଦ ମୋର ଖସିଯାଏ ଅବାଟରେ

ଧିରେଧିରେ ଧିରେଧିରେ ମନ ମୋର ଚାଲିଯାଏ ଅନ୍ଧକାରେ(୨ ଥର)

ପାପ ଦରିଆରେ ବାଟବଣା ମୁଁ ଯେ (୨ ଥର) 

ଶୟତାନ ମାୟା ଜାଲେ.... 

ଏହି ଜଗତରେ...


★ ଭୁଲି ମୁଁ ତୁମ ପ୍ରେମ କାଟେ ମନ୍ଦ ଜୀବନ

ପଥହରା ମୁଁ ପଥିକ ଟିଏ ହୋଇଛି ଲକ୍ଷ ହୀନ 

ଶୁଖିଲା ପତ୍ର ସମ ହୋଇଛି ମୁଁ ମଳିନ

ଦୁରେଇ ପ୍ରଭୁ ତୁମ ପଥରୁ ହେଲା ମୋହର ପତନ

ଡାକୁଛି ମୁଁ ଦୀନହୀନ ଶୁଣ ମୋର କ୍ରନ୍ଦନ

କରୁଛି ମୁଁ ନିବେଦନ ସଜାଡ଼ ମୋ ଜୀବନ

ଏହି ଜଗତରେ.....


★ ଅନୁତାପ ଅନ୍ତରେ ନୀରବେ ଲୁହ ଢାଳି

ପାପ କଳୁଷ ଯେତେ ମୋହର ସ୍ୱୀକାର ମୁଁ କରୁଅଛି 

ହ୍ରୁଦୟ ଶୂନ୍ୟ କରି ଆସିଅଛି ମୁଁ ଫେରି

କୋଳେଇ ନେଇ ବାହୁରେ ତୁମ ଚଳାଅ ମୋ ହାତ ଧରି।

କ୍ଷମାମୟ ଯୀଶୁ ମୋର ହେ ପ୍ରଭୁ କ୍ଷମା କର 

ପବିତ୍ର ରକତେ ତୁମେ ଧୋଇ ପାପ ମୋହର

ଏହି ଜଗତରେ...

YOUTUBE CHANNEL-SADAPRABHU MUSIC 

Read More: JISU NAURI


Song Title : Dhire Dhire||ଧିରେ ଧିରେ

Singer : Humane Sagar

Music & Composition : Digbijay ( Ilu)

Lyrics : Taitas Pal

Music Scoring : Chandan Bhai

Producer : Pinku Digal

Recordist : Hari Bhai

Mix & Master :Shakti Bhai,MRR Studio ctc

Dop & Edit : Digital Crew



0 Comments