ଯୀଶୁ ନାଉରୀ | JISHU NAURI | HUMAN SAGAR | NEW ODIA CHRISTIAN FULL SONG | BAHUMULYA OFFICIAL
SONG LYRICS...
ଏ ଭବ ସାଗରରୁ ମୋତେ କର ହେ ପାରି ( ୨ )
ତୁମେ ପ୍ରାର୍ଥନା ଶ୍ରବଣ କାରୀ
ମୋ ରୋଗ ଆରୋଗ୍ୟ କାରୀ ( ୨ )
କରୁଛି ବିନତି ପ୍ରଭୁ ଶୁଣ ମୋ ଗୁହାରୀ
ଯୀଶୁ ନାଉରୀ.............
୧ - ପାପ ନାଶିବାକୁ ଏ ଧରା ପୃଷ୍ଠରେ
ତୁମେ ହେଲ ଅବତରି ହୋ.....
ପାପୀ ମାନବକୁ ପାପ ସାଗରରୁ
ତୁମେ ଦୟାମୟ କଲ ପାରି (୨ )
ତୁମେ ମୋତେ ଅନୁଗ୍ରହ କରି
ଦେଲ ଅନନ୍ତ ଜୀବନ ଭରି ( ୨ )
ଏ ମିଛମୟା ଦୁନିଆରୁ କର ହେ ପାରି
ଯୀଶୁ ନାଉରୀ .......
୨ - ଆସୁ ଝଡ଼ଜଞ୍ଜା ପରୀକ୍ଷା ଜୀବନେ
ତଥାପି ଯିବିନି ମୁଁ ଡରି ହୋ ......
ମୋ ଯୀଶୁ ନାଉରୀ ମୋ ହାତ ଧରି
କଢ଼ାଇ ନେବେ ସେ ଥିରି ଥିରି ( ୨ )
ତୁମେ ଜୀବନ ନୌକା ଧରି
ମୋତେ କରହେ ସିୟୋନ ପାରି ( ୨ )
ଗାଉଥିବି ହାଲ୍ଲିଲୁୟା ସଦା ତୁମରି
ଯୀଶୁ ନାଉରୀ .......
Singer : Human sagar
Lyrics : Pr. Bore Nayak
Music : Sundar Kumar ( Pruthibi Bhai )
Arrengement : Bapi Samal
D.O.P & Edit : Bijay Majhi
Special thanks : Sadhak Pani
Youtube : Bahumulya nayak official

0 Comments